ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗ । ସୋସିଆଲ ମିଡିଆରେ ଅଭିଯୋଗ ଆଣିଛନ୍ତି ନିଜେ ବୈଜ୍ଞାନିକ ତପନ ମିଶ୍ର । ଘଟଣାର ତଦନ୍ତ କେନ୍ଦ୍ର ସରକାର କରନ୍ତୁ ବୋଲି ସେ ଦାବି କରିଛନ୍ତି । ୩ ବର୍ଷ ତଳେ ତାଙ୍କୁ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା । ସୂଚନାଅନୁସାରେ, ୨୦୧୭ମେ ୨୩ ତାରିଖରେ ‘ବେଙ୍ଗାଲୁରୁ ମୁଖ୍ୟାଳୟରେ ପ୍ରମୋସନ ଇଣ୍ଟରଭ୍ୟୁ ପାଇଁ ସେ ଯାଇଥିଲେ । ସେଠାରେ ତାଙ୍କୁ ଦୋସା ଓ ଚଟଣି ଖାଇବାକୁ ଦିଆଯାଇଥିଲା । ଆଉ ସେଥିେରେ ବିଷ ମିଶାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଆର୍ସେନିକ୍ ଟ୍ରାଓକ୍ସାଇଡ ମିଶାଇ ଖାଇବାକୁ ଦିଆଯାଇଥିଲା । ,ଏହାପରେ ଶ୍ୱାସକ୍ରୀୟା , ଚର୍ମ, ଫଙ୍ଗାଲ ଇନଫେକସନ ହୋଇଥିଲା । ଏନେଇ ଦିଲ୍ଲୀ ଏମ୍ସର ମେଡିକାଲ ରିପୋର୍ଟ ମଧ୍ୟ ଦର୍ଶାଇଛନ୍ତି ତପନ । ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇଦେବା ପାଇଁ ଏପରି ଷଡଯନ୍ତ୍ର ହୋଇଥିଲା । ବର୍ତ୍ତମାନ ଇସ୍ରୋର ସିନିୟର ଆଡଭାଇଜର ଅଛନ୍ତି ବୈଜ୍ଞାନିକ ତପନ ।