କରୋନାକୁ ନେଇ ଦୀର୍ଘ ଦଶମାସ ଧରି ସମସ୍ତେ ହନ୍ତସନ୍ତ ହେବା ପରେ ଏବେ ଟିକା ନେବାର ସମୟ ଆସିଛି I ଟିକାକୁ ନେଇ ଅପେକ୍ଷାର ଅବସାନ ଘଟିଛି I ଆଜି ଅପରାହ୍ନ ସୁଦ୍ଧା ଟିକା ଭୁବନେଶ୍ବରରେ ପହଞ୍ଚିବ I ଆସନ୍ତା 16 ତାରିଖରେ ଭୁବନେଶ୍ବରର ପାଞ୍ଚଟି ସ୍ଥାନରେ ଚିକା ଦିଆଯ଼ିବ I କ୍ୟାପିଟାଲ ହସପିଟାଲ, ଚାରିନମ୍ବର ସରକାରୀ ହସପିଟାଲ, ବିଏମସି ହସପିଟାଲ, ସମ୍ ଓ କିମ୍ସ ହସପିଟାଲ I ଏପର୍ଯ଼୍ୟନ୍ତ ଟିକା ନେବା ପାଇଁ 21 ହଜାର ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନାଁ ରେଜିଷ୍ଟ୍ରେସନ କରିସାରିଛନ୍ତି I ଯେଉଁମାନେ ନାଁ ରେଜିଷ୍ଟ୍ରେସନ କରିନାହାଁନ୍ତି, ସେମାନେ ଆଜି ସଂଧ୍ୟା ସୁଦ୍ଧା ନାଁ ରେଜିଷ୍ଟ୍ରେସନ କରିପାରିବେ I ଆସନ୍ତା ଦିନରେ ଭୁବନେଶ୍ବରର କ୍ୟାପିଟାଲ ହସପିଟାଲକୁ ମିଶାଇ ରାଜ୍ୟର 27ଟି ସରକାରୀ ହସପିଟାଲ ଓ 18ଟି ଘରୋଇ ହସପିଟାଲକୁ ସରକାର ଟିକାକରଣ ସେଣ୍ଟର କରିବାକୁ ସ୍ଥିର କରିଛନ୍ତି I ତେବେ ଆସନ୍ତା 16 ତାରିଖରେ ଭୁବନେଶ୍ବରରେ 5ଟି ସେଣ୍ଟରରେ ଟିକା ପ୍ରଦାନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବିଏମସି କମିଶନର କହିଛନ୍ତି I