ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସାରା ଭାରତ ଉପରେ ପଡ଼ିଛି । ଏହି ସଙ୍କଟ ପରିସ୍ଥିତିକୁ କିପରି ସଫଳତାର ସହିତ ମୁକାବିଲା କରାଯିବ ସେଥିପାଇଁ ସତର୍କତାର ସହିତ ଭାରତ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଶୁକ୍ରବାର ପଶ୍ଚିମ ଏସିଆର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ଯେଉଁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଅଂଶ ଗ୍ରହଣ କରିପାରିବେ ନାହିଁ ଏବଂ ସେମାନଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବମାନେ ବୈଠକରେ ଯୋଗ ଦେବେ । ‘ଟିମ୍‌ ଇଣ୍ଡିଆ’ର ବାର୍ତ୍ତା ନେଇ କାମ କରିବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ପାରନ୍ତି ।

LEAVE A REPLY

Please enter your comment!
Please enter your name here