କୋଭିସିଲ୍ଡ ପରେ ଭୁବନେଶ୍ୱରରେ ପହଁଞ୍ଚିଲା ଭାରତୀୟ ଟିକା କୋଭାକ୍ସିନ୍ । ଭାରତୀୟ ବୈଜ୍ଞାନିକ ମାନେ ଏହି ଦେଶୀ ଟିକା ପ୍ରସ୍ତୁତ କରିଛନ୍ତି । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଁଞ୍ଚିଛି କୋଭାକ୍ସିନ୍ ଟିକା । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ୍‌ର ୨୦ ହଜାର ଡୋଜ୍ ରାଜ୍ୟରେ ପହଁଞ୍ଚିଛି । ପର୍ଯ୍ୟାୟକ୍ରମେ ବିିଭିନ୍ନ ଜିଲ୍ଲାକୁ ପଠାଯିବ । କାଲି ଓଡିଶାରେ ପହଁଞ୍ଚିଥିଲା କୋଭିସିଲ୍ଡ ଟିକାର ୪୦ ହଜାର ୮୦୦ ଭାଏଲ । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବେ କେନ୍ଦ୍ର ସରକାର ।
ସେହିଭଳି ଗତକାଲି ପୁଣେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି । ମଙ୍ଗଳବାର ପୁଣେରୁ ରାଜ୍ୟକୁ ଆସିଛି ମୋଟ୍ କୋଭିସିଲ୍ଡିର ୪୦ ହଜାର ୮ ଶହ ଭାୟାଲ । ଏଥିରେ ୪ ଲକ୍ଷ ୮ ହଜାର ଡୋଜ କୋଭିଡ୍ ଟିକା ରହିଛି ।ଆଉ ଆଜି ସକାଳୁ ବିଭିନ୍ନ ଜିଲ୍ଲା ଗୁଡିକ ଟିକା ପଠାଇବାର ପ୍ରସ୍ତୁତି ସକାଳୁ ସକାଳୁ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here