ସବୁ ଅପେକ୍ଷାର ଅନ୍ତଃ ଘଟାଇ ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା । ପୁଣେରୁ ସ୍ବତନ୍ତ୍ର ସ୍ପାଇସ ଜେଟ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ଭିତରେ ରାଜ୍ୟ ଭ୍ୟାସିନ ସେଣ୍ଟରକୁ ନିଆଯାଇଛି । ଆସନ୍ତା 16 ତାରିଖରେ ଭୁବନେଶ୍ବରରେ ଟିକାକରଣ ଆରମ୍ଭ କରାଯିବ । କେନ୍ଦ୍ର ସରକାର ସାଢେ 16 କୋଟି ଟିକା ଆଣିବା ପାଇଁ ଯୋଜନା କରିଛନ୍ତି । 110 ଲକ୍ଷ କୋଭିସିଲ୍ଡ ଓ 55 ଲକ୍ଷ କୋଭାକ୍ସିନ ଟିକା ଅଣାଯିବ । ଡୋଜ୍ ପିଚ୍ଛା 200 ଟଙ୍କାରେ କୋଭିସିଲ୍ଡ ଓ 295 ଟଙ୍କାରେ କୋଭାକ୍ସିନ ଟିକା କିଣିବେ । ତେବେ କେନ୍ଦ୍ର ସରକାରଙ୍କୁ 16.5 ଲକ୍ଷ ଟିକା କୋଭାକ୍ସିନ ମାଗଣାରେ ଯୋଗାଇ ଦେବ ଏବଂ ଅବଶିଷ୍ଟ ଟିକା ସରକାରଙ୍କୁ କିଣିବାକୁ ପଡିବ । କରୋନା ଟିକା ଭୁବନେଶ୍ବରରେ ପହଞ୍ଚିବା ପରେ ପର୍ଯ୍ୟାୟକ୍ରମେ ଏହା ବିଭିନ୍ନ ଜିଲ୍ଲାକୁ ସ୍ବତନ୍ତ୍ର ଗାଡି ଯୋଗେ ପଠାଯିବ ।

LEAVE A REPLY

Please enter your comment!
Please enter your name here