ଜାନୁଆରୀ 20ରେ ଆମେରିକାର 46ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ଜୋ ବାଇଡେନ୍ । ତେବେ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିବାର ଅବ୍ୟବହିତ ପୂର୍ବରୁ ବାଇଡେନ୍ ତାଙ୍କ ଟିମ୍ ଗଠନ କରିଛନ୍ତି, ଯେଉଁଥିରେ 20 ଜଣ ଭାରତୀୟ ଆମେରିକୀୟ ସ୍ଥାନ ପାଇଛନ୍ତି । କୋଡିଏ ଜଣଙ୍କ ଭିତରୁ 13 ଜଣ ମହିଳା ରହିଛନ୍ତି । ସେହିପରି 17 ଜଣ ଭାରତୀୟ ଆମେରିକୀୟ ବାଇଡେନଙ୍କ ପ୍ରଶାସନରେ ପ୍ରମୁଖ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି । ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଧବ ଆଫ୍ରିକୀୟ-ଆମେରିକୀୟ କମଳା ହାରିସ ରାଷ୍ଟ୍ରପତି ବାଇଡେନଙ୍କ ସହ ଶପଥ ଗ୍ରହଣ କରିବେ । ଅନ୍ୟମାନଙ୍କ ମଧ୍ୟରେ ହ୍ବାଇଟ ହାଉସ ଅଫିସ ମ୍ୟାନେଜମେଣ୍ଟ ଓ ବଜେଟର ଡାଇରେକ୍ଟର ଭାବେ ନୀରା ଟଣ୍ଡନ, ୟୁଏସ ସର୍ଜନ ଜେନେରାଲ ଭାବେ ଡକ୍ଟର ବିବେକ ମୂର୍ତ୍ତି, ଆଟର୍ଣ୍ଣିଂ ଜେନେରାଲ ଡିପାର୍ଟମେଣ୍ଟ ଅଫ ଜଷ୍ଟିସରେ ଆସୋସିଏଟ୍ ଭାବେ ବନୀତା ଗୁପ୍ତା ଦାୟିତ୍ବ ଗ୍ରହଣ କରିବେ । ବୈଦେଶିକ ସେବା ଅଧିକାରୀ ଉଜ୍ରା ଜେୟାଙ୍କୁ ବାଇଡେନ୍ ବେସାମରିକ ନିରାପତ୍ତା, ଗଣତନ୍ତ୍ର ଓ ମାନବିକ ଅଧିକାର ବିଭାଗର ଅଣ୍ଡର ସେକ୍ରାଟାରୀ ପଦବୀକୁ ମନୋନୀତ କରିଛନ୍ତି । ମାଲା ଆଦିଗା ପଲିସି ଡାଇରେକ୍ଟର, ସାବ୍ରିନା ସିଂ ଡେପୁଟୀ ପ୍ରେସ ସେକ୍ରେଟାରୀ ପଦବୀକୁ ମନୋନୀତ ହୋଇଛନ୍ତି । ବାଇଡେନଙ୍କ ଇନର ସର୍କଲରେ ଡାଇରେକ୍ଟର ସ୍ପିଚ୍ ରାଇଟିଙ୍ଗ ଭାବେ ବିନୟ ରେଡ୍ଡୀ ମନୋନୀତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here