କାଇସାହିକୁ ପାଣି ପିଆଇଲା ଘାଘରା ଟିମ୍ । ଚାମ୍ପିୟନ ହେଲେ ଟ୍ରଫି ହାତେଇଲା ଘାଘରା ଟିମ୍ । ଆଇପିଏଲ ଢାଞ୍ଚାରେ ଗତ ୧୭ ତାରିଖରେ ଆରମ୍ଭ ହୋଇଥିଲା ଟୁର୍ଣ୍ଣାମେଣ୍ଟ କ୍ୟାପଟେନ ପ୍ରିମିୟମ ଲିଗ୍ ‘ସିପିଏଲ’ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ପଳସିଂହା ଗାଁରେ ୧୭ ଦିନ ଧରି ଚାଲିଥିଲା ମହାଲଢେଇ । ଏଥିରେ ଭାଗ ନେଇଥିଲେ ୮ଟି ଦଳ । ଅଲଗା ଅଲଗା ପଡିଆରେ ଖେଳାଯାଇଥିଲା ୬୦ ଟି ମ୍ୟାଚ । ଫାଇନାଲ ମ୍ୟାଚରେ ମୁହଁମୁହିଁ ହୋଇଥିଲେ ଘାଘରା ଏବଂ କାଇସାହି ଟିମ୍ । ଏବଂ ଶେଷରେ ଘାଘରା ଦଳ ଚମ୍ପିୟାନ ଯୋଡି ହୋଇଥିଲା । ଉଦଯାପନୀ ସଭାରେ ଧନୁର୍ଯ୍ୟୟ ଏବଂ ଚାରି ଟେବୁଲ ଟ୍ରଷ୍ଟର ଅଧକ୍ଷ୍ୟ ଭବବାନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟ ଦଳକୁ ଟ୍ରଫି ପ୍ରଦାନ କରିବା ସହ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏବଂ ଖେଳାଳୀମାନଙ୍କୁ ଉତ୍ସାହୀତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ମାନସ ପରିଡା କେନ୍ଦ୍ରାପଡା ବ୍ଲକ ଅଧକ୍ଷ୍ୟ ଶିବ ପ୍ରସାଦ ଭଳ, ପଳସିଂହା ସରପଞ୍ଚ ପ୍ରତିନିଧି ଅଜିତ୍ ମହାପାତ୍ର , ପଳସିଂହାର କ୍ରୀଡା ସଂଗଠନ ହିମାଂଶୁ ଜେନା , ସାନ ମାତିଆର ସରପଞ୍ଚ ପ୍ରତିନିଧି ଜୟ ପ୍ରକାଶ ଗିରି ଓ ସୁଲେଖା ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here