ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ଅଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ସମସ୍ତ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଥିବାବେଳେ ରାଜଧାନୀରେ ଆରମ୍ଭ ହୋଇଛି ଗହଳ ଚହଳ । ଲୋକସେବା ଭବନ , ରାଜୀବ ଭବନ ଓ ଖାରବେଳ ଭବନରେ ପୂର୍ବଭଳି କାମ ଆରମ୍ଭ ହୋଇଛି । ତେବେ ଦେଢମାସରୁ ଅଧିକ ଦିନ ଘରେ ରହିବା ପରେ ଏବେ ବାବୁମାନେ ଅଫିସ ଆସିବାକୁ ଡରୁଛନ୍ତି । ଅଫିସ ଖୋଲିଥିଲେ ବି କର୍ମଚାରୀ ଆସୁନାହାଁନ୍ତି । ସେପଟେ ସରକାରୀ ଅଫିସକୁ ସାନିଟାଇଜ୍ କରିବା ଆରମ୍ଭ କରିଛନ୍ତି ସରକାର । ୮ଟି ଦମକଳ ଗାଡି ସାନିଟାଇଜ୍ କାମରେ ଲାଗିଥିବା ବେଳେ ଆଜି ଖାରବେଳ ଭବନକୁ ସାନିଟାଇଜ କରାଯାଇଛି । ପର୍ଯ୍ୟାୟକ୍ରମେ ସବୁ ସରକାରୀ ଅଫିସକୁ ସାନିଟାଇଜ କରାଯିବ ।

LEAVE A REPLY

Please enter your comment!
Please enter your name here