କେବଳ ନିଜ ଦେଶରେ ଟିକାକରଣ ପାଇଁ ଅଭିଯାନ ଆରମ୍ଭ ହୋଇନି, ପଡୋଶୀ ରାଷ୍ଟ୍ରମାନେ କିପରି କୋଭିଡ ଠାରୁ ନିରାପଦ ଦୂରତ୍ବରେ ରହିବେ, ସେଥିପାଇଁ ପଦକ୍ଷେପ ନେଇଛି ଭାରତ । ପଡୋଶୀ ରାଷ୍ଟ୍ର ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାର ଓ ମାଲଦ୍ବିପକୁ ଭାରତ କୋଭିସିଲ୍ଡ ପଠାଇଛି । ସେହିପରି ଆଫଗାନିସ୍ତାନ ଓ ଶ୍ରୀଲଙ୍କାକୁ କୋଭିଡ୍ ପ୍ରତିଷେଧକ ଟିକା ପଠାଇବା ପ୍ରକ୍ରିୟା ଜାରି ରହିଛି । ସାଉଦି ଆରବ ଓ ବ୍ରାଜିଲକୁ ମଧ୍ୟ ଭାରତ ପ୍ରତିଷେଧକ ଟିକା ରପ୍ତାନୀ କରିବା ଆରମ୍ଭ କରିଛି । ସମଗ୍ର ବିଶ୍ବରେ ବ୍ରାଜିଲ ହେଉଛି, ତୃତୀୟ ସର୍ବାଧିକ କୋଭିଡ ଆକ୍ରାନ୍ତ ଦେଶ । ତେବେ ପାକିସ୍ତାନ ଏପର୍ଯ୍ୟନ୍ତ ପ୍ରତିଷେଧକ ଠିକା ଯୋଗାଇବା ପାଇଁ କୌଣସି ଅନୁରୋଧ କରି ନଥିବା କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର । ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନକୁ ଚୀନ ପାଞ୍ଚଲକ୍ଷ ସିନୋଫାର୍ମ ଟିକା ପଠାଇବାକୁ ପ୍ରତିଶ୍ରୁତି ଦେଇଛି । କିନ୍ତୁ ସମଗ୍ର ବିଶ୍ବରେ ଭାରତୀୟ ଫାର୍ମା କଂପାନୀ ଦ୍ବାରା ପ୍ରସ୍ତୁତ ପ୍ରତିଷେଧକ ଟିକାର ବେଶ ଚାହିଦା ଥିବା ଜଣାପଡିଛି । ବ୍ରାଜିଲ ପାଖରେ ପ୍ରତିଷେଧକ ଟିକା ପହଞ୍ଚିବା ପରେ ବ୍ରାଜିଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here