କରୋନା ପାଇଁ ଫେବ୍ରୁଆରୀ ଗାଇଡଲାଇନ ଜାରି କଲା ରାଜ୍ୟ । ନୂଆ ଗାଇଡଲାଇନ୍ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ । ଫେବ୍ରୁଆରୀ ୧ରୁ ଅଙ୍ଗନବାଡି କେନ୍ଦ୍ର ଖୋଲିବ । କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ । ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ । ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ ଶହ ଲୋକଙ୍କୁ ଅନୁମତି । ବିବାହ ଏବଂ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫ ଶହଙ୍କୁ ଅନୁମତି । ଇଣ୍ଡୋର ହଲରେ କ୍ଷମତାର ୫୦ ପ୍ରତିଶତ ସିଟ୍ ପାଇଁ ମିଳିବ ଅନୁମତି । ଖୋଲା ଜାଗାରେ ପଡିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ । ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ , ଥର୍ମାଲ ସ୍କାନିଂ ଜରୁରୀ । ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତ କରିବାକୁ ପରାମର୍ଶ । ଇଂଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବେ ବୈଷୟିକ ଶିକ୍ଷା ବିଭାଗ । ଏସଓପି ମାନି ଖୋଲିପାରିବ ସିନେମା ହଲ୍‌, ଥିଏଟର । ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା , ଖୋଲାମଞ୍ଚ । ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁ ପଡିବ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା, , ପାନ ସେବନ ମନା ।

LEAVE A REPLY

Please enter your comment!
Please enter your name here