ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ସବୁଆଡେ ଅନୁଭୂତ ହେଉଛି ଜାଡ । ଭୋରରୁ ଦେଖିବାକୁ ମିଳୁଛି ଘନ କୁହୁଡି । ୨୦ ଫୁଟ ଦୂରତାରେ ଦେଖାଯାଉଛି ରାସ୍ତା । କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ବିଶେଷ କରି ପିକ୍ ନିକ୍ ଯାଉଥିବା ସାଧାରଣ ଲୋକ କଲବଲ ହେଉଛନ୍ତି । ଏ ଦୃଶ୍ୟ ନୀଳଗିରିର । ସେପଟେ ଆଜିଠାରୁ ରାଜ୍ୟରେ ୩ ଦିନ ଦେଖାଯିବ ଘନ କୁହୁଡି, ଆଜି ଝାରସୁଗୁଡା, ଅନୁଗୁଳ, କେନ୍ଦୁଝର,ସୁନ୍ଦରଗଡ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ଅଛି । ଆସନ୍ତାକାଲି ଏବଂ ୧ ତାରିଖରେ ବାଲେଶ୍ୱର, ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , ପୁରୀ, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ , ବୌଦ୍ଧ, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡି ଦେଖାଯିବା ନେଇ ପୂର୍ବାନୁମାନ କରିିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକୁ ଆସନ୍ତା ୩ ଦିନ ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୭ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି ।

LEAVE A REPLY

Please enter your comment!
Please enter your name here