ଦେହରେ ଗେରୁଆ ବସ୍ତ୍ର । ମୁହଁରେ ଲମ୍ବା ଧାଡି । ମୁଣ୍ଡରେ ଜଟା ଆଉ ହାତରେ କମଣ୍ଡଳୁ । ଗାଁରେ ଏହି ବହୁରୂପୀ ବାବାଙ୍କୁ ଦେଖି କିଏ ଚାଉଳ ଦେଉଥିଲା ତ ଆଉ କିଏ ପଇସା । ହେଲେ କିଛି ଲୋକ ବାବାଙ୍କ ବେଶଭୂସା ଦେଖି ସନ୍ଦେହ କରିଥିଲେ । ଇଏ ଅସଲି ନା ନକଲି ବାବା । ପିଲା ଚୋର ଭାବି ଯୁବକଙ୍କୁ ପଚରାଉଚରା ମଧ୍ୟ କଲେ । ବାବା ପ୍ରଥମେ କହିଥିଲେ ମୁଁ ହିମାଳୟରୁ ଆସିଛି । ଏବଂ ପରେ ଗାଁ ଲୋକ ଅଧିକ ପଚରାଉଚରା କରିବାରୁ ଡରି ଯାଇଥିଲେ ବହୁରୂପି ବାବା । ବାବାଙ୍କ ଛଦ୍ମବେଶ ବେଶି ସମୟ ରହିଲାନି । ଯାଜପୁର ରୋଡ ଅଞ୍ଚଳରେ ସ୍ଥାନୀୟ ଲୋକ ବାବାଙ୍କୁ ଟଣା ଓଟରା କରିବା ପରେ ବାବାଙ୍କ ନକଲି ଦାଢୀ ଆଉ ଚୁଟି ଖସି ଯାଇଥିଲା । ଏବଂ ସାମ୍ନାକୁ ଆସିଥିଲା ବାବାଙ୍କ ଛଦ୍ମବେଶ । ତେବେ ତାଙ୍କର ଏମିତି ବେଶ କାହିଁକି । ଏହି ବେଶ ପଛରେ କୁଆଡେ ଲୁଚି ରହିଛି ପ୍ରେମ କାହାଣୀ । ସମ୍ପୃକ୍ତ ଯୁବକଙ୍କର ଯାଜପୁର ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି । ହେଲେ ଯୁବତୀଙ୍କ ଘର ଲୋକ ରାଜି ନହେବାରୁ ବାବା ବେଶରେ ଆସି ପରିବାର ଲୋକଙ୍କୁ ମନେଇବା ତାଙ୍କ ଉଦେଶ୍ୟ ଥିବା ଚର୍ଚ୍ଚା ହେଉଛି । ତେବେ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପୂର୍ବରୁ ବାବାରୂପୀ ଏ ବୟଫ୍ରେଣ୍ଡଙ୍କ ଅସଲ ଚେହେରା ପଦାରେ ପଡିଯିବା ପରେ ପୋଲିସ ତାଙ୍କୁ ଲୋକଙ୍କ କବଳରୁ ମୁକୁଳାଇ ଥାନାକୁ ନେଇଥିଲା । ଯୁବକ ଜଣକ ଜଣେ କଲେଜ ଛାତ୍ର ବୋଲି ସୂଚନା ମିଳିଛି । ଯୁବକଙ୍କ ଘର ଅନୁଗୁଳ ଜିଲ୍ଲାରେ ।

LEAVE A REPLY

Please enter your comment!
Please enter your name here