ସ୍ମାର୍ଟସିଟିବାସୀଙ୍କ ଘରେ ଲାଗିବ ସ୍ମାର୍ଟ ନମ୍ବର । ଏଣିକି ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର । ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ । ଲୋକଙ୍କର ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ । ଠିକଣା ବି ଖୁବ୍ କମ ସମୟରେ ମିଳିଯିବ । ବିଏମସି ପକ୍ଷରୁ ରାଜଧାନୀବାସୀଙ୍କୁ ସ୍ମାର୍ଟ ଆଡ୍ରେସ ଦେବାକୁ ନିଷ୍ପତ୍ତି ହୋଇଛି । ଘର ଠିକଣା ଲେଖିବାବେଳେ ଲେନ୍ ନମ୍ବର, ଲ୍ୟାଣ୍ଡ ମାର୍କ , ପ୍ଲଟ ନମ୍ବର ଲେଖିବାକୁ ପଡିଥାଏ । କିନ୍ତୁ ଏହି ବ୍ୟବସ୍ଥା ହେବାପରେ କେବଳ ଅଞ୍ଚଳର କୋର୍ଟ, ଘର ନମ୍ବର ଏହା ସହିତ ଷ୍ଟ୍ରିଟ୍ ନମ୍ବର ଲେଖା ରହିବ । ବିଏମସି ପକ୍ଷରୁ ଏଥିପାଇଁ ଦିଆଯିବାକୁ ଥିବା କାର୍ଡରେ ବାରକୋଡ ବି ରହିବ । ଏଥିପାଇଁ ବିଏମସି ପକ୍ଷରୁ ଘରକୁ ଘର ବୁଲି ଲୋକଙ୍କ ଠାରୁ ଡାଟା ସଂଗ୍ରହ କରାଯାଇଛି । ପରୀକ୍ଷା ମଳକ ଭାବରେ ବର୍ତ୍ତମାନ ସର୍ଭେ ହେଉଥିବାବେଳେ ଫେବ୍ରୁଆରୀ ୧୩ରୁ ପୁରା ଭୁବନେଶ୍ୱରରେ ଡିଜିଟାଲ ଡୋର ନମ୍ବର ପାଇଁ ସର୍ଭେ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୩ କୋଟି ୯୭ ଲକ୍ଷ ଟଙ୍କା ।