ଚର୍ଚ୍ଚାରେ ବଲିଉଡ୍ ଷ୍ଟାଇଲିସ୍ ଅଭିନେତ୍ରୀ ନେହା ଧୁପିଆ. ଗତ କିଛି ମାସ ତଳେ ଅଭିନେତା ଅଙ୍ଗଦ ବେଦୀଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିବା ନେହା ଏବେ ମାଆ ହେବାକୁ ଯାଉଛନ୍ତି. ବାହାଘର ପରେ ନେହା ଗର୍ଭବତୀ ଥିବା କଥା ବାରମ୍ବାର ଚର୍ଚ୍ଚା ହେଉଥିଲେ ମଧ୍ୟ ଖବରର ସତ୍ୟତା ନେଇ କେହି ମୁହଁ ଖୋଲୁ ନଥିଲେ. ଶେଷରେ ନେହା ଓ ଅଙ୍ଗଦ ସେମାନଙ୍କ ଫ୍ୟାନମାନଙ୍କ ସହ ଏ ଖବର ସେୟାର କରି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି. ଶୁକ୍ରବାର ଦିନ ନେହା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ଅଙ୍ଗଦଙ୍କ ସହ ନିଜ ଫଟୋ ପୋଷ୍ଟ କରିଛନ୍ତି. ଯେଉଁଥିରେ ଗର୍ଭବତୀ ନେହାଙ୍କ ସହ ସ୍ବାମୀ ଅଙ୍ଗଦଙ୍କ ଫଟୋ ରହିଛି.   

LEAVE A REPLY

Please enter your comment!
Please enter your name here