ପୂର୍ବତନ ଓଡିଆ କ୍ରିକେଟର ରଶ୍ମିରଞ୍ଜନ ପରିଡା ହେଲେ ଓଡିଶା କ୍ରିକେଟ ଦଳର କୋଚ୍ । ତାଙ୍କୁ କେବଳ ଆଗାମୀ ରଣଜୀ ସିଜନ ଲାଗି ଏହି ଦାୟିତ୍ୱ ଦିଆଯାଇଛି । ସେ ପୂର୍ବରୁ ଜୁନିୟର ଓଡିଶା ଦଳର କୋଚ୍ ପଦରେ ଥିଲେ । ଏଣୁ ତାଙ୍କୁ ପ୍ରଥମ ଥର ସିନିୟର ଦଳର ଦାୟିତ୍ୱ ମିଳିଛି । ପୂର୍ବରୁ ଏହି ପଦରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳୀ ଦେବାଶିଷ ମହାନ୍ତି ଥିଲେ । ସେ ଜାତୀୟ ଜୁନିୟର ଦଳର ମୁଖ୍ୟ ଚୟନକର୍ତ୍ତା ପଦରେ ନିଯୁକ୍ତ ହେବା ପରେ ତାଙ୍କୁ କୋଚ୍ ପଦରୁ ଇସ୍ତଫା ଦେବାକୁ ପଡିଛି । ଏଥିସହିତ ରାଜ୍ୟ ମୁଖ୍ୟ ଚୟନକର୍ତ୍ତାଭାବେ କୁଳମଣି ପରିଡାଙ୍କୁ ମନୋନୀତ କରାଯାଇଛି । ସୁଚନାଯୋଗ୍ୟ ରଶ୍ମିରଞ୍ଜନ ପରିଡା ୧୯୯୪ରେ ଓଡିଶା ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦୦୮ ପର୍ଯ୍ୟନ୍ତ ଓଡିଶା ପାଇଁ ପ୍ରତିନିଧିତ୍ୱ କରିବା ପରେ ଆସାମ, ରାଜସ୍ଥାନ, ବିଦର୍ଭ ଓ ହିମାଚଳ ପ୍ରଦେଶ ପକ୍ଷରୁ ଖେଳିଥିଲେ । ସେ ୨୦୧୪ରେ ଅବସର ନେଇଥିଲେ ।

LEAVE A REPLY

Please enter your comment!
Please enter your name here