ଆବଶ୍ୟକ ସାମଗ୍ରୀ-

1ଟି କଟାଯାଇଥିବା ଟମାଟୋ,1ଟି କଟାଯାଇଥିବା ପିଆଜ, 1ଟି କ୍ୟାପସିକମ,ପିଜ୍ଜା ଚୀଜ, ପିଜ୍ଜା ସସ୍, 1 କପ ପନିର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ,ଗରମ ମସଲା, ମଇଦା, ଦହି, ବେକିଂ ସୋଡା, ବେକିଂ ପାଉଡର, କଳା ଲୁଣ, ଅଦା ପେଷ୍ଟ,ସୋରିଷ ତେଲ ଓ ଆବଶ୍ୟକ ଅନୁସାରେ ଲୁଣ.

ପ୍ରସ୍ତୁତ ପ୍ରଣାଳୀ-

ପ୍ରଥମେ ଏକ ବଡ ପାତ୍ରରେ ପନିର ନେଇ ସେଥିରେ ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ଲୁଣ,ଗରମ ମସଲା,ଅଦା ପେଷ୍ଟ, କଳା ଲୁଣ ଓ ସୋରିଷ ତେଲ ମିଶାଇ ଗୋଳାଇ ଦିଅନ୍ତୁ. ତା ପରେ ଏହାକୁ ଅଲଗା କରି ବଳି ପଡିଥିବା ମସଲାରେ ପିଆଜ, କ୍ୟାପସିକମ ମିଶାଇ ଗୋଳାଇ ଦିଅନ୍ତୁ. ଏହା ପରେ କଡେଇରେ ପନିର ପକାଇ ମସଲା ସହ ଲାଗିବା ପର୍ଯ୍ୟନ୍ତ ଉଚ୍ଚ ଆଞ୍ଚରେ ଭାଜନ୍ତୁ ଓ ତା ପରେ ବଳି ପଡିଥିବା ମସଲାରେ ଗୋଳାଇଥିବା ପିଆଜ ଓ କ୍ୟାପସିକମକୁ 1 ମିନିଟ ଯାଏଁ ଭାଜନ୍ତୁ ଏବଂ ତା ପରେ ତାକୁ ଏକ ପାତ୍ରକୁ କାଢି ତା ଉପରେ କଟାଯାଇଥିବା ଟମାଟୋକୁ ମିଶାଇଦିଅନ୍ତୁ. ତା ପରେ ଭାଜି ରଖିଥିବା ପନିର ଏବଂ ପିଆଜ, କ୍ୟାପସିକମ ଓ ଟମାଟୋକୁ ଭଲ ଭାବେ ଛୋଟଛୋଟ ଖଣ୍ଡ କରି କାଟିଦିଅନ୍ତୁ. ଅନ୍ୟପଟେ କଡେଇରେ 2 କପ ଲୁଣ ନେଇ ତା ମଝିରେ ଏକ ଛୋଟ ଗିନା ରଖି ତାକୁ ଘୋଡାଇ ଗରମ କରିବାକୁ ଛାଡିଦିଅନ୍ତୁ. ପିଜ୍ଜା ତିଆରି ପାଇଁ ଏକ ପାତ୍ରରେ ମଇଦା ନେଇ ସେଥିରେ ବେକିଂ ସୋଡା ଓ ବେକିଂ ପାଉଡର ନେଇ ଦହି ଦେଇ ଅଟା ପ୍ରସ୍ତୁତ କରନ୍ତୁ. ତା ପରେ ତାକୁ ପିଜ୍ଜା ସାଇଜର ବେଲି କଣ୍ଟା ଚାମଚରେ ସେଥିରେ  ଛୋଟ ଛୋଟ କଣା କରନ୍ତୁ ଏବଂ ତା ପରେ  ସେଥିରେ ପିଜ୍ଜା ସସ୍,ପ୍ରସ୍ତୁତ କରିଥିବା ମସଲା ଓ ଚୀଜ ଦେଇ ତାକୁ ଏକ ପ୍ଲେଟରେ ରଖି ଗରମ ହେଉଥିବା କଡେଇରେ ରଖି 10 ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ. 10 ମିନିଟ ପରେ ପ୍ରସ୍ତୁତ ହୋଇଯିବ ତାୱା ପିଜ୍ଜା.

LEAVE A REPLY

Please enter your comment!
Please enter your name here