ଭୁବନେଶ୍ବର ସିଆରପି ଛକରେ ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଲେ ଜଣେ ଯୁବକଙ୍କୁ । ଦିନ ଦ୍ବିପହରେ ଘଟିଛି ଏମିତି ଘଟଣା । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର ଶୀକାର ହୋଇଛନ୍ତି ପିକଅପ୍ ଭ୍ୟାନ୍ ଡ୍ରାଇଭର । ସିଆରପି ଛକ ଭିଆଇପି କଲୋନୀ ରାସ୍ତାରେ ଘଟିଛି ଏହି ଘଟଣା । ଫାର୍ସା ଓ ଭୂଜାଲିରେ ଯୁବକଙ୍କୁ ହାଣିଦେଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରୁ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ହସପିଟାଲ ପଠାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର ଶୀକାର ହୋଇଥିବା ପିକଅପ ଭ୍ୟାନ ଡ୍ରାଇଭର ସହ ଗାଡି ଭିତରେ ଆସିଥିଲେ ଆକ୍ରମଣକାରୀ । ଗାଡି ଅଟକାଇ ଆକ୍ରମଣକାରୀମାନେ ଯୁବକଙ୍କୁ ଗାଡି ଭିତରେ ହିଁ ଆକ୍ରମଣ କରିଥିଲେ । ତେବେ ଦୁଇ ଆକ୍ରମଣକାରୀଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ଜଣାପଡିଛି । ପୂର୍ବରୁ ସାମନ୍ତରାପୁର ଛକରେ ଘଟିଥିଲା ଏମିତି ଏକ ଘଟଣା ।