ଭାରତରେ ଚା ର ମୂଲ୍ୟରେ ନୂଆ ନୂଆ ରେକର୍ଡ ତିଆରି ହେବା ଓ ଭାଙ୍ଗିବା ପରମ୍ପରା ଚାଲୁ ରହିଛି । ଏକ ମାସ ଭିତରେ ଓ୍ୱାର୍ଲ୍ଡ ରେକର୍ଡକୁ ଭାଙ୍ଗିଛି ଆଉ ଏକ ରେକର୍ଡ । ଏଥର 40 ହଜାର ଟଙ୍କା ପ୍ରତି କିଲୋ ବିକ୍ରି ହୋଇଛି ଗୋଟିଏ କିସମର ଚା ।

ଯଦିଓ ଅରୁଣାଞ୍ଚଳ ପ୍ରଦେଶ ଆଜିକାଲି ଏହାର ପ୍ରତିଦ୍ୱନ୍ଦିତା କରୁଛି । ତଥାପି ଆସାମର ଚା ବଗିଚା ନିଜର ବିଶ୍ୱ ପ୍ରସିଦ୍ଧ ଚା ପାଇଁ ଜଣାଶୁଣା । ଗୋହ୍ୱାଟି ଟି ଅକ୍ସନ ସେଣ୍ଟର ଏଥର ଗୋଟିଏ ମାସ ଭିତରେ ଦ୍ୱିତୀୟ ଥର ଓ୍ୱାର୍ଲ୍ଡ ରେକର୍ଡ ମୂଲ୍ୟରେ ଚା ବିକ୍ରୀ କରି ଇତିହାସ ରଚିଛି ।

ଅରୁଣାଞ୍ଚଳ ପ୍ରଦେଶର ଦୋନ୍ତୀ ପୋଲୋ ଟି ଇଷ୍ଟେଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗୋଲ୍ଡେନ୍ ନିଡଲ୍ସ୍ କିସମର ଚା ଗୁରୁବାର ଦିନ 40 ହଜାର ଟଙ୍କା ପ୍ରତି କିଲୋ ବିକ୍ରୀ ହୋଇଛି । ଗୋହ୍ୱାଟି ରେ ଥିବା ପୁରୁଣା ଚା ଦୋକାନରୁ କେବଳ ଆସାମ ଟି ଟ୍ରେଡର୍ସ ଏହି ଚା କୁ କିଣିଛି । ଏହି ଗୋଲ୍ଡେନ୍ ନିଡଲ୍ସ୍ ଟି ଏକ ଅନଲାଇନ ସପିଙ୍ଗ୍ ସାଇଟ୍ Absolutetea.in ରେ ବିକ୍ରୀ କରାଯିବ ବୋଲି କହିଛନ୍ତି ଆସାମ ଟି ଟ୍ରେଡର୍ସ ର ମାଲିକ ଲଲିତ କୁମାର ଜଲାନ ।

LEAVE A REPLY

Please enter your comment!
Please enter your name here