ବିଜ୍ଞାପନ ସଂସ୍ଥା ପକ୍ଷରୁ ରାଜ୍ୟର ଶିଳ୍ପାନୁଷ୍ଠାନ ସଂପର୍କିତ ତଥ୍ୟ ସମ୍ବଳିତ ଡାଇରେକ୍ଟୋରୀ “ଆମ ସମୟର ଶିଳ୍ପ” ଉନ୍ମୋଚିତ ହୋଇଯାଇଛି । ୟୁସିସିଆଇ ପରିସରରେ ଆୟୋଜିତ ଏହି ଉନ୍ମୋଚନ ସମାରୋହରେ ୟୁସିସିଆଇର ସଭାପତି ରମେଶ ମହାପାତ୍ର, ଏମଏସଏମଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାଶ, ଟାଟା ସ୍ପଞ୍ଜ ଆଇରନ ଲିମିଟେଡର ପୂର୍ବତନ ଏମଡି ସଞ୍ଜୟ ପଟ୍ଟନାୟକ, ନୀଳାଚଳ ଇସ୍ପାତର ପୂର୍ବତନ ଏମଡି ଶଶୀ ଶେଖର ମହାନ୍ତି, ଓଡିଶା କ୍ଷୁଦ୍ର ଶିଳ୍ପ ସଂଗଠନସଭାପତି ସ୍ମରଜିତ ମହାନ୍ତି, ଦେନା ବ୍ୟାଙ୍କର ପୂର୍ବତନ ଡିଜିଏମ ଗୁରୁପ୍ରସାଦ ମହାନ୍ତି, ବିଓାନ ବିଜିନେସ ହାଉସର କମର୍ସିଆଲ ଡାଇରେକ୍ଟର ରାଜେନ ପାଢୀ, ୟୁସିସିଆଇର ପୂର୍ବତନ ଉପସଭାପତି ବ୍ରହ୍ମାନନ୍ଦ ମିଶ୍ର, ପଲିଟିକାଲ ଆଣ୍ଡ ବିଜିନେସ ଡେଲିର ସଂପାଦକ ବିଜୟ କେତନ ମିଶ୍ର, ଓଡିଶା ଲାଇଭ ସିଇଓ ନୀଳାମ୍ବର ରଥ, ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟି, ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି, ପ୍ରକାଶିକା ରଶ୍ମିତା ମହାପାତ୍ର, ସଂପାଦକ ଦିଲ୍ଲୀପ ମିଶ୍ର, ବ୍ୟାବସାୟିକ ପରିଚାଳକ ସର୍ବେଶ୍ବର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଆମ ସମୟର ଶିଳ୍ପ ଡାଇରେକ୍ଟୋରୀରେ ରାଜ୍ୟର 7 ହଜାରରୁ ଅଧିକ ଶିଳ୍ପସଂସ୍ଥା ସଂପର୍କରେ ତଥ୍ୟ ରହିଛି । ଭୁବନେଶ୍ବର ବରମୁଣ୍ଡା ସ୍ଥିତ କାର୍ଯ୍ୟାଳୟରେ ଏହି ଡାଇରେକ୍ଟୋରୀ ଉପଲବ୍ଧ, ଡାଇରୋକ୍ଟୋରୀ ନେବା ପାଇଁ ଆଗ୍ରହୀ ବ୍ୟକ୍ତି ମୋବାଇଲ ନମ୍ବର 9437927347ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here