ମହିଳାଙ୍କୁ ଚୁମ୍ବନ ଦେଇ ଲୋକଙ୍କ ରୋଗ ଭଲ କରିଦେଉଛନ୍ତି ବୋଲି ଦାବୀ କରୁଥିବା ଆତ୍ମଘୋଷିତ ଚୁମା ବାବାଙ୍କୁ ପୋଲିସ ଗିରଫ କରିଛି । ଆସାମ ମୋରି ଗାଁର ରାମ ପ୍ରକାଶ ଚୌହାନ ନାମକ ଜଣେ ଭଣ୍ଡ ବାବାଙ୍କୁ ବୁଧବାର ପୋଲିସ ଗିରଫ କରିଛି । ସୁଚନା ମୁତାବକ ଯେଉଁ ମହିଳାମାନେ ତାଙ୍କ ପାଖକୁ ଶାରୀରିକ ଏବଂ ମାନସିକ ସମସ୍ୟା ନେଇ ଆସୁଥିଲେ, ରାମ ପ୍ରକାଶ ତାଙ୍କର ଉପଚାର କରୁଥିଲେ । କୌଣସି ଔଷଧ ଦ୍ୱାରା ନୁହଁ ମହିଳାମାନଙ୍କୁ ଆଲିଙ୍ଗନ କରି ଚୁମା ଦେଇ ନ୍ୟାଚୁରାଲ ପାୱାର ମଧ୍ୟରେ ରୋଗ ଭଲ କରୁଥିଲେ ବୋଲି କହୁଥିଲେ । ଏହାକୁ ନେଇ କିଛି ଅଭିଯୋଗ ଆସିବା ପରେ ଉକ୍ତ ବାବା ତଥା ଆତ୍ମଘୋଷିତ ଭଗବାନଙ୍କୁ ପୋଲିସ ଗିରଫ କରିଛି ।

ଖାଲି ସେତିକି ନୁହେଁ ଆସାମର ଦୁର୍ଗମ ଅଞ୍ଚଳରେ ରହୁଥିବା ଚୁମା ବାବା, ଭଗବାନ ବିଷ୍ଣୁଙ୍କ ବରଦାନ ପାଇଛନ୍ତି ଏବଂ ଶ୍ରଦ୍ଧାଳୁମାନେ ତାଙ୍କ ସହଯୋଗରେ ମୁକ୍ତି ପାଇପାରିବେ ବୋଲି ସେ ସମସ୍ତଙ୍କୁ କହୁଥିଲେ । ସ୍ଥାନୀୟ ଅଞ୍ଚଳରେ ଲୋକମାନେ ତାଙ୍କୁ ପୂଜା ମଧ୍ୟ କରୁଥିଲେ । ଲୋକଙ୍କୁ ମିଛ କହି ଶୋଷଣ କରୁଥିବା ଅଭିଯୋଗରେ ପୋଲିସ ଚୁମା ବାବାଙ୍କ ମାଙ୍କୁ ମଧ୍ୟ ଗିରଫ କରିଛି । ବାବାଙ୍କ ଚୁମ୍ବନ ଫଟୋ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ ପଦକ୍ଷେପ ନେଇଛି ।

LEAVE A REPLY

Please enter your comment!
Please enter your name here