ଦେଶର ବିଭିନ୍ନ ରାଜ୍ୟରେ କରୋନା ସଙ୍କ୍ରମଣ ବଢିବା ପରେ ରାଜ୍ୟରେ ସ୍ଥିତି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର । ଓଡିଶାରେ ସଙ୍କ୍ରମଣ ବଢିବା ସମ୍ଭାବନା ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗତ ଦୁଇ ମାସରେ ନିର୍ଦ୍ଧିଷ୍ଟ ୫ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ତେଣୁ ଏ ସବୁ ରାଜ୍ୟର ସ୍ଥିତିକୁ ଦେଖି ସତର୍କ ଏବଂ ସଚେତନ ହେବାକୁ ପଡିବ । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରେସିଂକୁ ଜୋରଦାର କରାଯାଇଛି । ଯେପରି ବିଦେଶ ଏବଂ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ଏହା ଦ୍ୱିତୀୟ ଲହରୀ ନୁହେଁ ବଂର କିଛିଦିନ ପରେ ଏହି ସଂଖ୍ୟା ଖସିବ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି । ଲୋକଙ୍କୁ ସତର୍କ ଏବଂ ସଚେତନ ହୋଇ ନିୟମକୁ ପାଳନ କରିବାକୁ ପଡିବ ବୋଲି ସେ ଦୋହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here