ନବୀନ ବାବୁ ଆମକୁ ଠକିଦେଲେ । ଆଜି ବିଧାନସଭାରେ ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖିବା ପରେ ଏହା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ଗୃହରେ ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ସମସ୍ତ ପଂଜିକୃତ ଚାଷୀଙ୍କ ଧାନ କିଣାଯିବ ଏବଂ ବିଧାୟକମାନେ ନିର୍ଦ୍ଧିଷ୍ଟ ଅଭିଯୋଗ ଆଣିଲେ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here