ବିଧାନସଭା ଅଚଳାବସ୍ଥା ଦୂର ପାଇଁ ଆଜି ସର୍ବଦଳୀୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଆସନ୍ତାକାଲି ସାଢେ ଏଗାରଟାରେ ଯୋଗାଣମନ୍ତ୍ରୀ ଉତ୍ତର ରଖିବେ । ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ସ୍ବାଧିକାର କମିଟିର ବିଚାର ପାଇଁ ଯିବ । ସର୍ବଦଳୀୟ ବୈଠକ ସଂପର୍କରେ ସୂଚନା ଦେଇ ବାଚସ୍ପତି କହିଛନ୍ତି, ସରକାରୀ ଦଳ ଆଣୁଥିବା ଅଭିଯୋଗ ଗୃହରେ ଉପସ୍ଥାପନ ହେବ ନାହିଁ । ତେଣୁ ଆସନ୍ତାକାଲି ଠାରୁ ଗୃହ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ, ଗତ ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିଲା । ଗୃହରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଗୃହର ଗାରିମା ନଷ୍ଟ କରିଥିବାରୁ ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ଦଳ ବିଧାୟକମାନେ ହଟ୍ଟଗୋଳ କରୁଥିଲେ । ସେହିପରି ବିଜେପି ବିଧାୟକମାନେ ଧାନକିଣା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଥିଲେ । ଫଳରେ ଗୃହରେ କୌଣସି କାର୍ଯ୍ୟ ହୋଇପାରୁ ନଥିଲା ।

LEAVE A REPLY

Please enter your comment!
Please enter your name here