ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଖବର ଆସିଥିଲା । ଏହାପରେ ସେ ଘରେ ରହି ଚିକତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଅକ୍ଷୟ କୁମାର ଲେଖିଛନ୍ତି ଯେ, ଡାକ୍ତରୀ ପରାମର୍ଶକ୍ରମେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ନେହଭରା ଶୁଭେଚ୍ଛା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଶୁଭେଚ୍ଛା ଓ ପ୍ରାର୍ଥନା କାମ ଦେବା ପରି ମନେହେଉଛି। ମୁଁ ଭଲ ଅଛି। ଆଶା କରେ, ସହସା ଘରକୁ ଫେରିଯିବି।

LEAVE A REPLY

Please enter your comment!
Please enter your name here