ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର କରୁଣ ପରିଣତି । ପୋଷ୍ଟମର୍ଟମ ସରିଯାଇଛି । କିନ୍ତୁ ଜୀବନ ବଞ୍ଚାଇବାକୁ ଚାଲିଛି ଅପ୍ରାଣ ଉଦ୍ୟମ । ଢଳା ଯାଉଛି ଗରାଗରା ପାଣି ଆଉ ଚାଲିଛି ପୂଜାପାଠ । ଆଜିର ଯୁଗରେ ବି ଲୋକେ ଅନ୍ଧବିଶ୍ୱାସକୁ ଏତେ ମାତ୍ରାରେ ଗ୍ରହଣ କରୁଛନ୍ତି ଯାହା ଦେଖିଲେ ଆପଣ ବି ତାଜୁବ୍ ହୋଇଯିବେ । ବ୍ୟକ୍ତିଙ୍କର ମୃତ୍ୟୁ ପରେ ପୋଷ୍ଟମର୍ଟମ ବି ସରିଯାଇଛି । କିନ୍ତୁ ଗାଁ ଲୋକଙ୍କର ଆଶା ଯେ , ସେ ପୁଣି ଥରେ ବଞ୍ଚି ଉଠିବେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ । ପୋଷ୍ଟମର୍ଟମ ସରିଯାଇଥିବା ଏକ ଶବକୁ ବଞ୍ଚାଇବାକୁ ଯାଲିଛି ଚେଷ୍ଟା । ଶରଣକୁଳ ଥାନା ସିଙ୍ଗରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ପୋଷ୍ଟମର୍ଟମ ସରିଯାଇଥିଲା । ଏବଂ ଶବକୁ ବଞ୍ଚାଇବାକୁ ଚାଲିଥିଲା ରାତି ତମାମ ପୂଜାପାଠ । ଗାଁର ରବି ନାହକ ନାମକ ଜଣେ ବ୍ୟକ୍ତି ଦୁଇଦିନ ତଳେ ଦଣ୍ଡରେ ମିଶିଥିବାବେଳେ ଗତକାଲି ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ପରେ ତାଙ୍କୁ ନୟାଗଡ ପୋଷ୍ଟମର୍ଟ ଗୃହରେ ପୋଷ୍ଟମର୍ଟମ କରାଯିବା ପରେ ଶବ ଦାହ ପାଇଁ ଗାଁକୁ ଅଣାଯାଇଥିଲା । ମାତ୍ର ଗାଁଲୋକେ ତାଙ୍କ ଦେହରେ ଭବବାନ ଥିବା କହି ପୋଷ୍ଟମର୍ଟ ସରିଥିବା ଶବକୁ ରାତି ତମାମ୍ ପୂଜାର୍ଚ୍ଚନା କରିଥିଲେ । ଶବକୁ ବଞ୍ଚାଇବାକୁ ମୃତ ବ୍ୟକ୍ତିଙ୍କ ଉପରେ ଗରା ଗରା ପାଣି ଢଳା ଯିବା ସହ ନା ସଙ୍କିର୍ତ୍ତନ କରାଯାଇଥିଲା । ତେବେ ଖବର ପାଇ ଶରଣକୂଳ ଥାନା ପୋଲିସ ଏପରି ନକରିବାକୁ ବାରଣ କରିବାପରେ ଗାଁଲୋକେ ଶବ ଦାହ କରିଥିଲେ ।

LEAVE A REPLY

Please enter your comment!
Please enter your name here