କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ନାଇଟ୍ କର୍ଫ୍ୟୁକୁ ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥା ଧରିତ୍ରୀ ସଂପାଦକ ତଥାଗତ ସତପଥୀ । ଟ୍ବିଟ୍ କରି ତଥାଗତ ନାଇଟ କର୍ଫ୍ୟୁ ସମୟରେ କେମିତି ଚିପ୍ସ ଓ ବାଲିର ଚୋରା କାରବାର ଚାଲିଛି, ତାର ଫଟୋ ପୋଷ୍ଟ କରିବା ସହ ‘ନାଇଟକର୍ଫ୍ୟୁ, ମାଇ ଫୁଟ୍” ବୋଲି ପ୍ରତିକ୍ରିୟା ଦେଇଛନ୍ତି । ପୋଲିସ କରୋନା ସଂକ୍ରମଣ ରୋକିବା ପାଇଁ ନାଇଟ୍ କର୍ଫ୍ୟୁ କରିଛି ନା ବାଲି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ? ନାଇଟ୍ କର୍ଫ୍ୟୁ କିଭଳି ଅର୍ଥହୀନ ହୋଇପଡିଛି ବୋଲି ଦର୍ଶାଇବା ସହ ତଥାଗତ ସରକାରୀ ବ୍ୟବସ୍ଥାର ବିଫଳତାକୁ ଖୋଲାଖୋଲି ସମାଲୋଚନା କରିଛନ୍ତି ।