ଖୁଡି-ପୁତୁରା ପ୍ରେମରେ ପଡିଲା ରକ୍ତଛିଟା । ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ପୁତୁରା । ଜଗତସିଂହପୁର ଥାନା ଅଧିନସ୍ଥ ଏକସୁଧା ଗାଁରେ ଚାଞ୍ଚଲ୍ୟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର କାରଣ ଖୋଳତାଡ କରୁଥିବା ବେଳେ ଯେଉଁ ସୂରାକ୍ ପୋଲିସ ହାତରେ ଲାଗିଛି ତାହା ଆହୁରି ଭୟଙ୍କର । ଆତ୍ମହତ୍ୟା କରିଥିବା ଦେବୀ ପ୍ରସାଦ ଜେନା ନିଜ ଖୁଡିଙ୍କୁ କୁଆଡେ ପ୍ରେମ କରୁଥିଲା । ସାନବାପାଙ୍କ ଅନୁପସ୍ଥିତିରେ ମାଆ ସମାନ ଖୁଡିଙ୍କୁ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା । କିନ୍ତୁ ପୁତୁରା କଥାରେ ନାରାଜ ଥିଲେ ଖୁଡି । ମାତ୍ର ଦେବୀପ୍ରସାଦ ଏମିତି କୁତ୍ସିତ ମାନସିକତାର ବଶବର୍ତ୍ତୀ ହୋଇଥିଲା ଯେ, ଖୁଡିଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏଥିରେ ଅତିଷ୍ଠ ଦାଦା, ଖୁଡି ପୁତୁରା ନାଁରେ ଥାନାରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ । ନିକଟରେ ଜେଲରୁ ଫେରିଥିଲା ଦେବୀ ପ୍ରସାଦ । କାମାନ୍ଧ ଦେବୀ ପ୍ରସାଦ ସୁଯୋଗ ଖୋଜୁଥିଲା ପ୍ରତିଶୋଧ ନେବାକୁ । ଆଜି ଘରେ ସାନବାପାଙ୍କ ଅନୁପସ୍ଥିତିର ସୁଯୋଗ ଦେବୀ ପ୍ରସାଦକୁ ରକ୍ତମୁଖା କରିଦେଇଥିଲା । ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ କିଛି ଦୂରରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ସେ ।

LEAVE A REPLY

Please enter your comment!
Please enter your name here