ସିପିଆଇଏମ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀଙ୍କ ବଡପୁଅ ଆଶୀଷ ୟେଚୁରୀଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 34 ବର୍ଷ ବୟସ ହୋଇଥିଲା । ଗୁରୁଗାଁଓ ମେଦାନ୍ତ ହସପିଟାଲରେ ଦୁଇସପ୍ତାହ ତଳେ ଭର୍ତ୍ତି ହୋଇଥିଲେ ଏବଂ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା । ମାତ୍ର ଆଜି ସକାଳ ସାଢେ ପାଞ୍ଚଟାରେ ହଠାତ ତାଙ୍କର ଦେହାନ୍ତ ହୋଇଥିଲା । ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇପଡିଥିବା ସୀତାରାମ ୟେଚୁରୀ ନିଜେ ଟ୍ବିଟ୍ କରି ପୁଅର ଦେହାନ୍ତ ସଂପର୍କରେ ସୂଚନା ଦେବା ସହ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆଶୀଷ ଚେନ୍ନାଇ ସ୍ଥିତ ଏସୀୟାନ କଲେଜ ଅଫ ଜର୍ଣ୍ଣାଲିଜିମରେ ଅଧ୍ୟୟନ କରୁଥିଲେ ।

LEAVE A REPLY

Please enter your comment!
Please enter your name here