ଶେଷରେ ବହୁ ଚର୍ଚ୍ଚିତ ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ପରଦା ହଟିଛି । ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା । ୩୦ ହଜାର ଟଙ୍କା ପାଇଁ ଝରାପୁଲକୁ ହତ୍ୟା କରିଥିଲା ପ୍ରେମିକ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ହିଁ ଝରାଫୁଲକୁ ହତ୍ୟା କରିଥିଲା ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ଯାଜପୁର ଏସପି ।
ଏହି ଘଟଣାରେ ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିବା ପରେ ଝରାଫୁଲ ଘଟଣାରେ ମୃତ୍ୟୁସଂଖ୍ୟା 3ରେ ପହଞ୍ଚିଛି । ଆଜି ଫେରାର ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁକୁ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ପୋଲିସ କହିବା ଅନୁଯାୟୀ, ଝରାଫୁଲଠୁ ରାକେଶ ବାଇକ କିଣିବା ପାଇଁ 30 ହଜାର ଟଙ୍କା ନେଇଥିଲା । ମାତ୍ର ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଘଟଣାଦିନ ଟଙ୍କା ଫେରାଇବା କଥା କହି ରାକେଶ ଝରାଫୁଲକୁ ଡାକିଥିଲା । ତାକୁ ଓୟୋ ହୋଟେଲକୁ ନେଇ ଜବରଦସ୍ତ ମଦ ପିଆଇଥିଲା । ମଦ ପିଇ ସେ ବେହୋସ ହୋଇଯିବା ପରେ ତାକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ । ଏବଂ ପରେ ସାଙ୍ଗଙ୍କ ସହାୟତାରେ ତାକୁ ଫିଙ୍ଗି ଦେଇଥିଲା । ଖୁବଶୀଘ୍ର ପୋଲିସ ଏହି ଘଟଣାରେ ଚାର୍ଜସିଟ୍ ଫାଇଲ କରିବ ବୋଲି କହିଛନ୍ତି ଏସପି ।

LEAVE A REPLY

Please enter your comment!
Please enter your name here