କରୋନାରେ କନ୍ଧମାଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କନ୍ଧମାଳର ସାଂସଦ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଫୁଲବାଣୀ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସୁଗ୍ରୀବ କନ୍ଧମାଳ ଜିଲ୍ଳାର ଜଣେ ଲୋକ ପ୍ରିୟ ନେତା ଥିଲେ । ଏଥିସହିତ ସେ ଜଣେ ସାମ୍ବାଦିକ ଭାବେ ନିଜ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ଫୁଲବାଣୀ ଚେୟାରମ୍ୟାନ୍ ଓ ୨୦୦୪ରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅଗଷ୍ଟ ୧, ୧୯୬୩ରେ ସୁଗ୍ରୀବ ଜନ୍ମ ଗ୍ରହଣ କରିଥିଲା ବେଳେ ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ।