ମେ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଟିକା କରଣ । ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ସରକାରୀ ହସ୍ପିଟାଲରେ ଦ୍ୱିତୀୟ ଡୋଜ୍ ବି ନେଇପାରିବେ । ପ୍ରଥମ ଡୋଜ୍ ନେଇ ପଜିଟିଭ୍ ଆସିଲେ ସୁସ୍ଥ ହେବା ପରେ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବେ । ଆସନ୍ତା ୨୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ । ତୃତୀୟ ପର‌୍ୟ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ ମାଗଣା ପାଇଁ ସରକାର ଘୋଷଣା କରିଛନ୍ତି । ଟିକାକରଣ ପାଇଁ କୋ ୱିନ୍ ଆପ୍ଲିକେସନରେ ପଞ୍ଜିକରଣ କରିପାରିବେ । ଦୁଇଟି ପଦ୍ଧତିରେ ପଞ୍ଜିକରଣ ହୋଇପାରିବ । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ୍ ବୁକ୍ କରାଯିବ । ଟିକା ଆସିବା ପରେ କେଉଁ ଦିନ କେଉଁଠି ନେବେ ମେସେଜରେ ଜଣାଯିବ । ସେହିପରି ପ୍ରଥମ ଡୋଜ୍ ଯଦି ଘରୋଇ ହସ୍ପିଟାଲରେ ନେଇଛନ୍ତି ତାହେଲେ ଦ୍ୱିତୀୟ ଡୋଜ୍ ବି ସରକାରୀ ହସ୍ପିଟାଲରେ ନିଆଯାଇପାରିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here