ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଆଜି ଶପଥ ଗ୍ରହଣ କରିଛନ୍ତି । ମମତାଙ୍କୁ ଶପଥ ପାଠ କରାଇବା ପରେ ରାଜ୍ୟପାଳ ଜଗଦୀପ ଧନକର କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମମତା ପ୍ରଥମେ ରାଜ୍ୟରେ ବିଗିଡିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବେ ବୋଲି ବୋଲି ସେ ଆଶା କରୁଛନ୍ତି । ନିର୍ବାଚନ ପରବର୍ତ୍ତୀ ରକ୍ତାକ୍ତ ହିଂସାକାଣ୍ଡରେ 14 ଜଣରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ବେଳେ ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ମମତାଙ୍କୁ ସାନ ଭଉଣୀ ବୋଲି ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ତୁରନ୍ତ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ବାଭାବିକ କରିବା ଦିଗରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରିବେ ବୋଲି ସେ ଆଶା କରୁଛନ୍ତି । ରାଜ୍ୟପାଳଙ୍କ ସମ୍ବୋଧନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ହିଂସାକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଥିଲେ । ନିର୍ବାଚନ ହାରିଥିବାରୁ ବିଜେପି କର୍ମୀମାନେ ଏଭଳି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ସେ କହିଥିଲେ । ପୂର୍ବରୁ ମଧ୍ୟ ମମତା କହିଥିଲେ, ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ପାଇଁ ନିର୍ବାଚନ କମିଶନ ଦାୟୀ । କାରଣ କମିଶନଙ୍କ ହାତରେ ରାଜ୍ୟର ଶାସନ ଭାର ରହିଥିଲା । ଏବେ ଶପଥ ନେବା ପରେ ରାଜ୍ୟକୁ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବା ତାଙ୍କର ପ୍ରଥମ ଦାୟିତ୍ବ ହେବ । ଅନ୍ୟପକ୍ଷରେ ବିଜେପି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଟିଏମସିକୁ ଦାୟୀ କରିଛି ।

LEAVE A REPLY

Please enter your comment!
Please enter your name here