ଆସନ୍ତା ଜୁନ୍ 1 ତାରିଖରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ 1 ତାରିଖରେ କେରଳ ଛୁଇଁବା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସାଧାରଣତଃ ଜୁନ ପ୍ରଥମ ସପ୍ତାହ ଭିତରେ ମୌସୁମୀ ବାୟୁ କେରଳ ଛୁଇଁଥାଏ ଏବଂ କେରଳ ଛୁଇଁବାର ଦଶ/ବାର ଦିନ ଭିତରେ ଓଡିଶାରେ ପହଞ୍ଚିଥାଏ । ଯଦିଓ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଆକଳନ କରିଛି, କିନ୍ତୁ ଓଡିଶାରେ ଏହା ସେତେ ପ୍ରଭାବଶାଳୀ ହେବନାହିଁ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here