କରୋନା ରୋଗୀଙ୍କ ଚିକିତ୍ସାରେ ୨-ଡିଅକ୍ସି ଡି ଗ୍ଲୁକୋଜ ବା ୨-ଡିଜିକୁ ଜରୁରୀ ଅନୁମତି ବ୍ୟବହାର ପାଇଁ ମିଳିଛି । ଜରୁରୀ ଅନୁମତି ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିସିଜିଆଇ ଏହି ଅନୁମତି ଦେଇଛନ୍ତି । କରୋନାରେ ମଧ୍ୟମରୁ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର କରାଯିବ । ୨-ଡିଜିକୁ ସହଜରେ ଉତ୍ପାଦନ କରାଯାଇପାରୁଛି । ପ୍ରଚୁର ପରିମାଣରେ ଉପଲବ୍ଧ ହୋଇପାରୁଛି । ୨-ଡିଜି ଔଷଧ ଦ୍ୱାରା ଚିକିତ୍ସିତଙ୍କ ମଧ୍ୟରୁ ଅଧିକାଂଶ ଶୀଘ୍ର କରୋନାରୁ ଆରୋଗ୍ୟ ଲାଭ କରୁଛନ୍ତି । ସେମାନଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସୁଛି । ଏହି ଔଷଧ ପାଉଡର ଆକାରରେ ଆସୁଛି । ଏହାକୁ ପାଣିରେ ମିଶାଇ ସେବନ କରିବାକୁ ପଡିଥାଏ । ଏହି ଔଷଧ ସେବନ ଦ୍ୱାରା ଶରୀରରେ କରୋନା ଭୂତାଣୁ ସଙ୍କ୍ରମଣକୁ ରୋକିଥାଏ ବୋଲି ଡିଆରଜିଓ ପକ୍ଷରୁ କୁହାଯାଇଛି ।