ନୂଆଦିଲ୍ଲୀ: କାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିଛି । ଆସନ୍ତା କାଲି ଫାଶୀ ହେବାର ତାରିଖ ଧାର୍ଯ୍ୟ ହୋଇଥିଲା କିନ୍ତୁ ଡେଥୱାରେଣ୍ଟ ଉପରେ ରହିତାଦେଶ ଦେଇଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟଳିଲା । । ଆଇନଗତ ଦିଗ ବାକିଥିବାରୁ କୋର୍ଟ ଦେଇଛନ୍ତି ଏପରି ନିର୍ଦ୍ଦେଶ । ସେପଟେ ନିର୍ଭୟାଙ୍କ ମା’ ଦୋଷୀଙ୍କ ଓକିଲ ତାଙ୍କୁ ଚ୍ୟାଲେଞ୍ଜ କରିଥିବା କଥା କହିଛନ୍ତି । ଅନନ୍ତ କାଳ ପର୍ଯ୍ୟନ୍ତ ଫାଶି ହେବନି ବୋଲି କରିଛନ୍ତି ଚ୍ୟାଲେଞ୍ଜ । ନାୟିକ ବ୍ୟବସ୍ଥାରେ ଢିଲା ଯୋଗୁଁ ଏଭଳି ଚ୍ୟାଲେଞ୍ଜ କରିଥିବା କଥା କହିଛନ୍ତି ନିର୍ଭିୟାଙ୍କ ମା’ । ସରକାରଙ୍କୁ ଫାଶୀ ଦେବାକୁ ପଡିବ ଏବଂ ସେ ଲଢିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here