ସାଧାରଣତଃ ଆପଣ ଦେଖିଥିବେ ଯେ, ବାହାଘରରେ କିଛି ଗିଫ୍ଟ ନ ନେବା ପାଇଁ ଲୋକମାନେ ଅନୁରୋଧ କରିଥାନ୍ତି କିମ୍ବା ସେହି ପଇସାକୁ ଚାରିଟିରେ ଦେବା ପାଇଁ କହିଥାନ୍ତି. ମାତ୍ର ସୁରାଟର ଏକ ବିବାହରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି. ଆଗକୁ ଆସୁଥିବା ଲୋକସଭା ନିର୍ବାଚନରେ ମୋଦିଙ୍କୁ ଭୋଟ ଦେବା ପାଇଁ ବିବାହ ନିମନ୍ତ୍ରଣ କାର୍ଡ ମାଧ୍ୟମରେ ଅତିଥିଙ୍କୁ ଅନୁରୋଧ କରିଥିବା ଦୃଶ୍ୟ ବର୍ତ୍ତମାନ ନଜରକୁ ଆସିଛି.  ଏହାଛଡା ଏହି ୱେଡିଂ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ହ୍ୱାଟସ ଆପ୍ ରେ ଏହାକୁ ବହୁଳ ମାତ୍ରାରେ ଶେୟାର ମଧ୍ୟ କରାଯାଉଛି. ତେବେ ବର-କନ୍ୟାଙ୍କ ପିତା ମାତା ୱେଡିଂ କାର୍ଡ ତଳେ ଲେଖିଛନ୍ତି ଯେ, ‘2019 ଲୋକସଭା ନିର୍ବାଚନରେ ମୋଦିଙ୍କୁ ଆପଣଙ୍କ ଭୋଟ୍ ଆମ ପାଇଁ ଗିଫ୍ଟ ସ୍ୱରୂପ ହେବ’. ଏହାକୁ ଦେଖିଲେ ଯିଏ ବି ହେଉ ନା କାହିଁକି , ସେ କହିବ ଏହା ହେଉଛି ଭୋଟ ହାତେଇବାର ଏକ ନୂଆ ପ୍ରୟାସ.

 

LEAVE A REPLY

Please enter your comment!
Please enter your name here