ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତି । କରୋନା କଟକଣା ଫୁ । ସାମାଜିକ ଦୂରତାର ଖୋଲାଖୋଲି ଧର୍ଯ୍ୟା ଉଡିଛି । ଖୋଦ ରାଜଧାନୀ ଭୁବନେଶ୍ୱର ଝାରପଡା ଜେଲରୁ ଆସିଛି ଭାଇରାଲ ଭିଡିଓ । କେଉଁଠି ସଙ୍ଗୀତର ଆସର ଚାଲିଛି ତ ଆଉ କେଉଁଠି ଆଧୁନିକ ଗୀତର ତାଳେ ତାଳେ ଝୂମୁଛନ୍ତି କଏଦି । ତେବେ ଏ ଭିଡିଓ କେବେକାର ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଜେଲ ବିଭାଗର ଡିଆଇଜି । ଅନୁସନ୍ଧାନ ଜାରି ରହିଛି । ଭିଡିଓଟି ବୋଧେ କରୋନାର ପୂର୍ବରୁ ହୋଇଛି ବୋଲି କହିଛନ୍ତି ଡିଆଇଜି । ଏହା ଭିତରେ କେଉଁ କର୍ମଚାରୀ ସମ୍ପୃକ୍ତ ଥିବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଅପରେସନ କ୍ଲିନକୁ ଡାଇଭର୍ଟ କରିବା ପାଇଁ ଏହା ଚକ୍ରାନ୍ତ ହୋଇଥାଇ ପାରେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here