ଭୁବନେଶ୍ବରରେ ଭିଟାମିନ ଭାଣ୍ଟିବ କଂଗ୍ରେସ । ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରୁଥିବାରୁ କଂଗ୍ରେସ ଭୁବନେଶ୍ବରରେ ଭିଟାମିନ ସି ଟାବ୍ଲେଟ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି । 14 ତାରିଖରୁ 20 ତାରିଖ ଯାଏଁ ହୋମ୍ କ୍ବାରେଣ୍ଟିନରେ ଥିବା ସଂକ୍ରମିତ ରୋଗୀମାନଙ୍କୁ ଭିଟାମିନ ସି ବଣ୍ଟାଯିବ । ସେହିପରି କୋଭିଡ ସଂକ୍ରମିତଙ୍କୁ ସହଯୋଗ କରିବା ପାଇଁ ଟୋଲ ଫ୍ରି ନମ୍ବର ଓ ହ୍ବାଟ୍ସ ଆପ୍ ନମ୍ବର ମଧ୍ୟ ପ୍ରକାଶ କରାଯାଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନ ପରିସରରେ ଏକ କୋଭିଡ କଂଟ୍ରେଲ ରୁମ୍ ଖୋଲାଯାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here