ଏତେ କମ୍ ବୟସରେ ମଧ୍ୟ ସେ ଅନ୍ୟ ଜଣଙ୍କ କଷ୍ଟ ବୁଝି ପାରୁଛନ୍ତି । ସେଥିପାଇଁ ତ ଖୋଦ୍ ପୋଲିସ କମିଶନର ତାଙ୍କୁ ପ୍ରଶଂସା ବି କରିଛନ୍ତି । ନିଜ କ୍ଟ୍ରସଶଶଚ୍ଚ ଭବଦ୍ଭଳ ଭାଙ୍ଗି ୧୧ ହଜାର ଟଙ୍କା ଗିପ୍ଟ ଆକାରରେ ଟ୍ରାଫିକ୍ ଭଉଣୀ ଏବଂ ଭାଇମାନଙ୍କୁ ଦେଇଛନ୍ତି କୁନି ପୁଅ ଦେବାଙ୍କ । ଖରା, ବର୍ଷା , କାକରରେ ସେମାନେ ବର୍ଷ ତମାମ ଦିନ ରାତି କାମ କରୁଛନ୍ତି । ଆଉ କରୋନା ସମୟରେ ସେମାନଙ୍କ ଅବଦାନ ବହୁତ । ତେଣୁ ମୁଁ ସେମାନଙ୍କୁ କିଛି ଗିଫ୍ଟ ଦେବି । ଦେବାଙ୍କ୍ ତାଙ୍କ ମା’ଙ୍କ ସହ ପହଁଞ୍ଚିଥିଲେ କମିଶନରେଟ୍ ଅଫିସ । ଆଉ ଖୋଦ୍ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କିଛି ଟ୍ରାଫିକ୍ କର୍ମଚାରୀଙ୍କୁ ଡାକିଥିଲେ । କରୋନା କାଳରେ ବ୍ୟବହୃତ ହେଉଥିବା କିଟ୍ସ ଗିଫ୍ଟ ଆକାରରେ ଦେଇଥିଲେ ଦେବାଙ୍ଗ୍ । ଦେବାଙ୍କ୍ ଭଳି ଏଭଳି ଛୋଟ ପିଲାର ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here