କରୋନା ଚିକିତ୍ସା ପାଇଁ ଆସିଲା ନୂଆ ଔଷଧ । କରୋନାରେ ଗୁରୁତ୍ତର ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ପାଇଁ ଡିଆରଡିଓ ପ୍ରସ୍ତୁତ କରିଥିବା 2-DG ଔଷଧକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭାରମ୍ଭ କରିଛନ୍ତି । ଏହାପରେ ଔଷଧକୁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଦିଲ୍ଲୀ ଏମ୍ସକୁ 2-DG ଔଷଧ ପ୍ରଦାନ କରିଛନ୍ତି । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ଔଷଧ କରୋନାର ବିଭିନ୍ନ ଭ୍ୟାରିଆଣ୍ଟ ବିରୋଧରେ କାର୍ଯ୍ୟ କରୁଥିବାବେଳେ କରୋନା ଆକ୍ରାନ୍ତ ଗୁରୁତର ହେବାକୁ ଦେବନାହିଁ । ଆଜିଠୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ 2-DG ଔଷଧ । ପୂର୍ବରୁ ୨-ଡିଜିର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ 2-DG ଔଷଧ ସଫଳ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here