ୱାଶିଂଟନ : ମିଳିଲା କରୋନା ଭାଇରସର ପ୍ରତିଷେଧକ ଟୀକା । କରୋନା ଭାଇରସର ଚିକିତ୍ସା ପାଇଁ ପ୍ରତିଷେଧକ ଟୀକା ବାହାର କରିଥିବା ଦାବି କରିଛି ଯୁକ୍ତରାଷ୍ଟ୍ର ଆମେରିକା । ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରାସର ପ୍ରତିଷେଧକ ବାହାର କରିଥିବା ଦାବି କରିଛନ୍ତି । ଏହି ପ୍ରତିଷେଧକ ଟୀକାର ପ୍ରଥମ ପରୀକ୍ଷା ସରିଛି । ଗତକାଲି ଜଣେ ବ୍ୟକ୍ତିଙ୍କଠାରେ ଏହି ପ୍ରତିଷେଧକ ଟୀକାର ପରୀକ୍ଷା କରାଯାଇଛି । ଏହି ପରୀକ୍ଷା ୪୫ଜଣ ପ୍ରାପ୍ତ ବୟସ୍କ ଲୋକଙ୍କ ଠାରେ କରାଯିବ ବୋଲି ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସୂଚନା ଦେଇଛନ୍ତି । ଏଥିପାଇଁ ୧୮ରୁ ୫୫ବର୍ଷ ମଧ୍ୟରେ ଇଚ୍ଛୁକ ବ୍ୟକ୍ତିମାନେ ନିଜର ନାମ ଦେଇପାରିବେ । ଏତେ ଶ୍ରୀଘ୍ର କୌଣସି ରୋଗର ପ୍ରତିଷେଧକ ବାହାରିବା ଇତିହାସରେ ପ୍ରଥମ ଘଟଣା । ବାହାରିଥିବା ଭ୍ୟାକସିନର ନାଁ “MRNA-1273” ରଖାଯାଇଛି । ଆମେରିକାର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ହେଲଥ (NIH)ର ବୈଜ୍ଞାନିକମାନେ ଏହାକୁ ବିକଶିତ କରିଥିବା କୁହାଯାଇଛି । କିନ୍ତୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଏହି ଭ୍ୟାକସିନ ମିଳିବା ପାଇଁ ବର୍ଷେରୁ ଦେଢ ବର୍ଷ ସମୟ ଲାଗିଯିବ ବୋଲି ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ୬ସପ୍ତାହ ଯାଏଁ ଏହି ପ୍ରତିଷେଧକ ଟୀକାର ପରୀକ୍ଷା କରାଯିବ । କୋଭିଡ-୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟିଭାଇରାଲ ଥେରାପି ଓ ଅନ୍ୟଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ବିକଶିତ କରାଯାଉଛି ।

LEAVE A REPLY

Please enter your comment!
Please enter your name here