ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟିଂ କରିବାକୁ କୁହାଯାଉଛି । ଏଣିକି ନିୟମିତ ଭାବେ ଆଶା କର୍ମୀ , ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଘରକୁ ଘର ଯାଇ ସର୍ଭେ କରାଯିବାକୁ କୁହାଯାଇଛି । ବର୍ତ୍ତମାନ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଉଛି । ତେବେ ଦୈନିକ ଟେଷ୍ଟ ୫୬ ହଜାର ରହିଥିବାବେଳେ ଆଗକୁ ଟେଷ୍ଟ ସଂଖ୍ୟା ବଢାଯିବ । ଭିମସାର, ଏସସିବି , ଭୁବନେଶ୍ୱରରେ ସଙ୍କ୍ରମଣକୁ ଦେଖି ଆଇସିୟୁ ଓ ବେଡ ବ୍ୟବସ୍ଥା କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେପଟେ ପ୍ଲାଜମାକୁ କରୋନା ଚିକିତ୍ସାରୁ ବାଦ ଦେବା ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି , ଏବେ ପ୍ଲାଜମା ମହଜୁଦ୍ ଅଛି ହେଲେ ଯେଉଁଠି ପ୍ଲାଜମା ଚିକିତ୍ସା ଫଳପ୍ରଦ ହେଉନାହିଁ । ସେଠାରେ ଫୋକସ ନକରିବା ଭଲ । ସୁନ୍ଦରଗଡରେ କରୋନା ଦୈନିକ ସଙ୍କ୍ରମଣ ଅଧିକ ଥିଲା । ଏବେ କମୁଛି ।