ଚଳିତ ସପ୍ତାହ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଗୋଟିଏ ବାତ୍ୟା ।ଏନେଇ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି ଭୁବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବାନ ରାଜୀବନ । ଆସନ୍ତା ମେ’ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଭଳି ଗୋଟେ ସିଷ୍ଟମର ସଙ୍କେତ ମିଳୁଥିବା ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଆଗାମୀ ୨୬ କିମ୍ବା ୨୭ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ । ଏପରିକି ଏହା ଓଡିଶା ଉପକୂଳ ଆଡକୁ ଅଗ୍ରସର ହେବ ବୋଲି ଅନୁମାନ କରାଯାଉଛି । ତେବେ ଲଘୁଚାପ ସୃଷ୍ଟି ହେବାପରେ ଏନେଇ ସଠିକ ଆକଳନ କରିହେବ । ଏବଂ ଏହାର ଗୁରୁତ୍ୱ ଓ ଗତିବିଧି ବିଷୟରେ ଅଧିକ ଜଣାପଡିବ ବୋଲି ସୂଚନା ମିଳିଛି । ଏହାସହିତ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ତାଉତେର ସଠିକ ପୂର୍ବାନୁମାନ ପାଇଁ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିକୁ ସେ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here