କୋଟିଆ ସମେତ ଆନ୍ଧ୍ରପ୍ରଦେଶରେ ହୋଇଥିବା ପ଼୍ଚାୟତ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଥିବା ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା ହାଇକୋର୍ଟ ଦର୍ଶାଇଛନ୍ତି । ଜିଲ୍ଲା ପରିଷଦ ନିର୍ବାଚନକୁ ମଧ୍ୟ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ତେଣୁ ପୁଣିଥରେ ବିଜ୍ଞପ୍ତି ପ୍ରକାଶ କରି ନିର୍ବାଚନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିଥିଲେ ହେଁ ଓଡିଶା ସରକାର ସୁପ୍ରିମକୋର୍ଟରେ ଆପତ୍ତି କରିଥିଲେ । ଆନ୍ଧ୍ର ହାଇକୋର୍ଟଙ୍କ ଏହି ରାୟ ଆନ୍ଧ୍ର ପ୍ରଦେଶ ସରକାରକୁ ଜବରଦସ୍ତ ଝଟକା ଲାଗିଛି ।

LEAVE A REPLY

Please enter your comment!
Please enter your name here