ଏକଦା ଦେଶରେ ତହେଲକା ସୃଷ୍ଟି କରିଥିବା ତହେଲକା ଡଟ୍ କମ୍ ର ପ୍ରତିଷ୍ଠାତା ସଂପାଦକ ତରୁଣ ତେଜପାଲଙ୍କୁ ଗୋଆର ଏକ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଠବର୍ଷ ତଳେ ତେଜପାଲ୍ ତାଙ୍କର ଜଣେ ସହଯୋଗୀ ଯୁବତୀଙ୍କୁ ଗୋଆର ଫାଇଭ ଷ୍ଟାର ରିସର୍ଟର ଏଲେଭେଟର ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । 2013 ମସିହାରେ ଏହି ଗଟଣା ଘଟିଥିଲା ଏବଂ ସେହିବର୍ଷ ତରୁଣ ତେଜପାଲଙ୍କୁ ପୋଲିସ ଗିରଫ କରିଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅନୁଧ୍ୟାନ କରିବା ପରେ ହାଇକୋର୍ଟରେ ଏହାକୁ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଗୋଆ ସରକାର । ଗୋଆର ମାପୁସା କୋର୍ଟ ଏହି ରାୟ ପ୍ରକାଶ କଲାବେଳେ କୋର୍ଟରେ 58 ବର୍ଷୀୟ ସାମ୍ବାଦିକ ତରୁଣ ତେଜପାଲ୍ ଏବଂ ତାଙ୍କ ପରିବାର ଉପସ୍ଥିତ ଥିଲେ । ରାୟ ପ୍ରକାଶ ପାଇବା ପରେ ତରୁଣଙ୍କ ଝିଅ କହିଛନ୍ତି, ତାଙ୍କ ବାପାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଥିଲା । ଏଭଳି ମିଥ୍ୟା ଆରୋପକୁ ନେଇ ତାଙ୍କ ପରିବାର ଗତ ଆଠବର୍ଷ ଧରି ମାନସିକ ନିର୍ଯାତନାର ଶୀକାର ହୋଇଆସିଛନ୍ତି । ତେବେ ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ଭରଷା ଥିଲା ଏବଂ ତାଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here