ଶେଷରେ ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତି ତାଙ୍କୁ ଆନୁଷ୍ଠାନିକ ଭାବେ ଦଳକୁ ସ୍ବାଗତ କରିଛନ୍ତି । ଆସନ୍ତାକାଲି ସେ ଗଞ୍ଜାମରେ ଶକ୍ତି ପ୍ରଦର୍ଶନ କରିବେ । ଗୋପାଳପୁର ଆସନରୁ ତିନିଥର ବିଧାୟକ ଜିତିଥିବା ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେବା ପରେ ଗଞ୍ଜାମ ଜିଲ୍ଲା ରାଜନୀତିରେ ବିଜେଡିକୁ ଅଡୁଆ ହେବ ବୋଲି କୁହାଯାଉଛି । ତେବେ ପ୍ରଦୀପଙ୍କୁ ଚେକ୍ ଦେବା ପାଇଁ ବିଜେଡି ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିସାରିଛି ।
ବିଜେପିରେ ଯୋଗଦେବା ପରେ ପ୍ରଦୀପ ପାଣିଗ୍ରାହୀ ରାଜ୍ୟ ସରକାରକୁ କଟୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରକୁ ଅନ୍ଧ, ମୁକ, ବଧିର ସରକାର ବୋଲି ଆକ୍ଷେପ କରିଛନ୍ତି ପ୍ରଦୀପ । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳିକାଟୁ ପ୍ରତିନିଧି ଥିବା ପ୍ରଦୀପଙ୍କୁ ଦଳ ସାଇଡ୍ କରିବା ସହ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here