ଓଡିଶାକୁ 500 କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I ବାତ୍ୟା ସମୀକ୍ଷା ଓ ଏରିୟଲ ସର୍ଭେ ପରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି I ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନର୍ଗଠନ ଦିଗରେ ଏହା ବ୍ୟୟ କରାଯିବ I ସେହିପରି ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ପ୍ରଧାନମନ୍ତ୍ରୀ ପାଞ୍ଚଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି I ତେବେ ଆଜିର ସମୀକ୍ଷା ୂୈଠକରେ ରାଜ୍ୟ ସରକାର ତୁରନ୍ତ କୌଣସି ଆର୍ଥକ ସହାୟତା ଦେବାକୁ ଦାବି କରି ନ ଥିଲେ I ପ୍ରାଥମିକ କ୍ଷୟକ୍ଷତି ଆକଳନ ପୂର୍ବରୁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ଏହି ସହାୟତା ରାଶି ଘୋଷଣା କରିବା ସହ ମୃତକଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ 50 ହଜାର ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି I

LEAVE A REPLY

Please enter your comment!
Please enter your name here