ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସମୂଦ୍ର ଭିତରକୁ ମସôଜୀବୀମାନଙ୍କୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବାଧିକ ୪୧୨ ମିଲିଲିଟର,କେନ୍ଦ୍ରାପଡା ଓ ଜଗତସିଂହପୁରରେ ୨୩୬ ଏବଂ ଯାଜପୁରରେ ୧୩୭ ମିଲି ଲିଟର ବର୍ଷା ରେକର୍ଡ ହୋଇଛି ।
ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ମହାନଦୀ, ବୈତରଣୀ, କୁଶଭଦ୍ରା ଦେବୀର ଜଳସ୍ତର ବଢିବାରେ ଲାଗିଛି । ଆଖୁଆପଦାଠାରେ ବିପଦ ସଙ୍କେତ ଡେଇଁଛି ବୈତରଣୀ । ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବିପଦ ସଙ୍କେତ ୧୭.୮୩ ଥିବାବେଳେ ଏଠାରେ ନଦୀର ଜଳସ୍ତର ୧୭.୯୨ରହିଛି ।

LEAVE A REPLY

Please enter your comment!
Please enter your name here