ଜାଭେଲିନ୍ ଥ୍ରୋ ରେ ଭାରତର ନିରଜ ଚୋପ୍ରାଙ୍କ ଶାନଦାର ପ୍ରଦର୍ଶନ । ନବମ ଦିନରେ ଭାରତ ହାତରେ ଆସିଛି ଅଷ୍ଟମ ସ୍ୱର୍ଣ୍ଣ । ଜାକର୍ତାରେ ଇତିହାସ ରହିଛନ୍ତି ଭାରତୀୟ ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ବର୍ଚ୍ଛାକୁ 88.06 ମିଟର  ଫୋପାଡି ରେକର୍ଡ କରିଛନ୍ତି । ଏସିଆଡ୍ ଖେଳରେ ଭାରତ କେବେ ବି ପୂର୍ବରୁ ସ୍ୱର୍ଣ୍ଣ ଜିତିନଥିଲା । ଶେଷ ଥର ପାଇଁ 1982 ଦିଲ୍ଲୀ ଏସିଆଡ ଖେଳରେ ଭାରତର ଗୁରତେଜ ସିଂ ଜାଭେଲିନରେ ବ୍ରୋଞ୍ଚ ଜିତିଥିଲେ । ଏଥର ସ୍ୱର୍ଣ୍ଣ ଜିତି ନିରଜ ଭାରତକୁ ଆଣିଦେଇଛନ୍ତି ଗର୍ବ ଓ ଗୌରବ ।

ପୂର୍ବରୁ ନିରଜ ଚୋପ୍ରା ଗୋଲ୍ଡ କୋଷ୍ଟ କମନଓ୍ୱେଲ୍ଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ସେତେବେଳେ ସେ 86.47 ମିଟର ବର୍ଚ୍ଛା ଫୋପାଡିଥିଲେ ।

 

LEAVE A REPLY

Please enter your comment!
Please enter your name here