ପୂର୍ବବର୍ଷ ଭଳି ଏଥର ମଧ୍ୟ ନବମ ଏବଂ ଦଶମରେ ସିଲାବସ୍ ହ୍ରାସ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ସିଲାବସ ହ୍ରାସ କରାଯିବ । ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢାଯାଉଛି । ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଁଞ୍ଚି ପାରୁନି । ତେଣୁ ଚଳିତବର୍ଷ ମଧ୍ୟ ସିଲାବସ କମାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here